୮୦୦ ଫୁଟ ତଳକୁ ଖସି ଭାରତୀୟ ଦମ୍ପତିଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ : କାଲିଫର୍ଣ୍ଣିଆର ପ୍ରସିଦ୍ଧ ଯୋସେମିଟ୍‍ ଜାତୀୟ ଉଦ୍ୟାନରେ ଥିବା ଏକ ସୁଉଚ୍ଚ ସ୍ଥାନରୁ ୮୦୦ ଫୁଟ୍‍ ତଳକୁ ଖସିପଡି ଏକ ଭାରତୀୟ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଉଦ୍ୟାନ ଅଧିକାରୀ ପ୍ରକାଶ କରିଛନ୍ତି। ମୃତ ଦମ୍ପତି ହେଲେ ବିଷ୍ଣୁ ବିଶ୍ୱନାଥ (୨୯) ଏବଂ ମୀନାକ୍ଷୀ ମୂର୍ତ୍ତି (୩୦)। ଦୁଇ ଦିନ ସନ୍ଧାନ କରିବା ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ୟାନ ପକ୍ଷରୁ ସେମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି। ମିଳିଥିବା ସୂଚନା ଅନୁସାରେ ବିଷ୍ଣୁ ଏବଂ ମୀନାକ୍ଷୀ କେରଳର ଚେଙ୍ଗନୁର ଇଞ୍ଜିନିୟରିଂ କଲେଜରୁ ୨୦୦୬ରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ତଥା ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଚ୍ୟାଲେଞ୍ଜପୂର୍ଣ୍ଣ ପରିବେଶ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାର ସଉକ ଥିଲା ସେମାନଙ୍କର। ଏହି ତଥ୍ୟ ଏବଂ ଫଟୋଗୁଡିକୁ ସେମାନେ ‘ହଲିଡେଜ୍‍ ଆଣ୍ଡ ହାପିଲି ଏଭର ଆଫ୍ଟର’ ନାମକ ନିଜର ୱେବ୍‍ସାଇଟରେ ପ୍ରକାଶ କରୁଥିଲେ। ଉଦ୍ୟାନ ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟ ଅନୁସାରେ ଘଟଣା ଦିନ ଏହି ଦମ୍ପତି ଉଦ୍ୟାନର ଏଭଳି ଏକ ସୁଉଚ୍ଚ ସ୍ଥାନର ଧାରକୁ ଚାଲିଯାଇଥିଲେ ଯେଉଁଠାରେ କୌଣସି ବାଡ ନ ଥିଲା। ଉକ୍ତ ସ୍ଥାନ ପାର୍ଶ୍ବରେ ୮୦୦ ଫୁଟର ଏକ ଗଭୀର ଖାଇ ଥିଲା।

Leave A Reply