ଲଦାଖରେ ଚୀନ-ଭାରତ ସୈନ୍ୟ ମଧ୍ୟରେ ସଂଘର୍ଷ, ଘଣ୍ଟାଏ ପର୍ଯ୍ୟନ୍ତ ଠେଲା-ପେଲା

0

ନୂଆଦିଲ୍ଲୀ : ଲଦାଖ ସୀମାରେ ପୁଣି ଥରେ ଭାରତ ଓ ଚୀନ ସେନା ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି ଓ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଠେଲା-ପେଲା ହୋଇଛି। ପୂର୍ବ ଲଦାଖରେ ବୁଧବାର ଏହି ଘଟଣା ଘଟିଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ ଦୁଇ ସେନା ମଧ୍ୟରେ ଏହି ସଂଘର୍ଷ ହୋଇଛି।

ସୂଚନା ଅନୁଯାୟୀ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ଦୁଇ ତୃତୀୟାଂଶ ଚୀନ ନିୟନ୍ତ୍ରଣରେ ରହିଛି। ଭାରତୀୟ ସେନା ଯବାନ ପାଟ୍ରୋଲିଂରେ ଯାଇଥିବାବେଳେ ଚୀନ ପିଏମଏଲ ସୈନ୍ୟ ସେମାନଙ୍କୁ ପ୍ରତିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଠେଲା-ପେଲା ଆରମ୍ଭ ହୋଇଥିଲା। ଏହି ଠେଲା-ପେଲା ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିଥିଲା। ସେନା କହିବା ଅନୁସାରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଚିହ୍ନଟରେ ବିବାଦ ଯୋଗୁଁ ପ୍ରାୟ ସମୟ ଏପରି ଘଟଣା ଘଟୁଛି। ଦୁଇ ସେନାର ବ୍ରିଗେଡର ପାହ୍ୟାସ୍ତରୀୟ ପ୍ରତିନିଧିଙ୍କ ଆଲୋଚନା ଦ୍ୱାରା ଏହି ବିବାଦର ପୂର୍ବରୁ ସମାଧନା ହୋଇଥିଲା ଓ ସେହି ଅନୁସାରେ ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି। ପ୍ଲାଗ ମିଟିଂ ଦ୍ୱାରା ଏଭଳି ବିବାଦର ସମାଧାନ କରାଯାଉଛି ଓ ଆଗକୁ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଫିଙ୍ଗର-୫ରୁ ଫିଙ୍ଗର ୮ ଅଞ୍ଚଳ ମଧ୍ୟରେ ଏଲଏସି ନିକଟରେ ୨୦୧୭ ଅଗଷ୍ଟ ୧୫ରେ ଭାରତ ଓ ଚୀନ ସେନା ମଧ୍ୟରେ ଏଭଳି ସଂଘର୍ଷ ଘଟିଥିଲା।

Leave A Reply