ସଫ୍ଟୱେର କମ୍ପାନିର କିଶୋର ମାଲିକ ଭାରତୀୟ

0

ବୟସ ମାତ୍ର ୧୩ ବର୍ଷ। ଏହି ଭାରତୀୟ ବାଳକ ଦୁବାଇର ଏକ ସଫ୍ଟୱେର କମ୍ପାନିର ମାଲିକ ହୋଇ ସମସ୍ତଙ୍କ ନଜରକୁ ଆସିଛନ୍ତି। ୪ ବର୍ଷ ପୂର୍ବେ ସେ ୯ ବର୍ଷର ହୋଇଥିବା ବେଳେ ଏକ ମୋବାଇଲ ଆପ୍ଲିକେସନ ନିର୍ମାଣ କରି ଚର୍ଚ୍ଚା ପରିସରକୁ ଆସିଥିଲେ। ଏହି ଅଦ୍ଭୁତ ବିଜ୍ଞ ବାଳକଙ୍କ ନାମ ହେଉଛି ଆଦିତ୍ୟନ୍‍ ରାଜେଶ। କେରଳ ଥିରୁଭିଲ୍ଲାରେ ତାଙ୍କର ଜନ୍ମ। ସେ ତାଙ୍କ ପିତାଙ୍କ ସହିତ ଦୁବାଇରେ ରହନ୍ତି। ରିପୋର୍ଟ ଅନୁସାରେ ତାଙ୍କର ବାପା ବିବିସି ଟାଇପିଙ୍ଗ୍‌ ନାମକ ଏକ ୱେବ୍‍ସାଇଟ୍‍ ତାଙ୍କୁ ଦେଖାଇଥିଲେ। ଏହା ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ଏହା ମାଧ୍ୟମରେ ଟାଇପିଙ୍ଗ୍‌ ଶିଖିହୁଏ। ପରବର୍ତ୍ତୀ ସମୟରେ ସେଇ ୱେବ୍‍ ସାଇଟ୍‍ ଜରିଆରେ ଆଦିତ୍ୟନ୍‍ ଟାଇପିଙ୍ଗ୍‌ ଶିଖିଥିଲେ। ସେତେବେଳେ ତାଙ୍କୁ ୯ ବର୍ଷ ବୟସ ହୋଇଥିଲା। ଆଦିତ୍ୟନ୍‍ଙ୍କୁ ଏବେ ୧୩ ବର୍ଷ। ଏବେ ସେ ଏକ ସଫ୍ଟୱେର କମ୍ପାନିର ମାଲିକ। ତାଙ୍କର ଏହି କମ୍ପାନି ଗ୍ରାହକଙ୍କ ପାଇଁ ଲୋଗୋ ଏବଂ ୱେବସାଇଟ୍‍ ପ୍ରସ୍ତୁତ କରୁଛି। ଆଦିତ୍ୟନ୍‍ଙ୍କ ୩ ସ୍କୁଲ ସାଙ୍ଗ ତାଙ୍କ କମ୍ପାନିରେ କାମ କରନ୍ତି।

Leave A Reply