ରୁଷ୍‌ର ପଣ୍ୟବାହୀ ଜାହାଜକୁ ଭାରତର ସାର୍ଟିଫେକେଟ୍‌ !

ନୂଆଦିଲ୍ଲୀ – ରୁଷ୍‌ ଉପରେ ବିଶ୍ୱର ଅନେକ ଦେଶ ଅର୍ଥନୈତିକ କଟକଣା ଲଗାଇଛନ୍ତି । ଏହାର ଅର୍ଥନୀତି ଏବଂ ଅନ୍ତର୍ଜାତୀୟ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଅନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ରୁଷ୍‌ର ଏକ ବୃହତ ସିପିଂ କମ୍ପାନୀ ତାହାର ପଣ୍ୟବାହୀ ଜାହଜମାନଙ୍କ ପାଇଁ ଭାରତର ସୁରକ୍ଷା ପ୍ରମାଣ ପତ୍ର ହାସଲ କରିଛି । ଦୁବାଇର ଏକ କମ୍ପାନୀ ସହାୟତାରେ ରୁଷ୍‌ର ଏହି ପଣ୍ୟବାହୀ ଜାହାଜମାନଙ୍କୁ ଇଣ୍ଡିଆନ୍‌ ରେଜିଷ୍ଟାର ଫର୍‌ ସିପିଂ ପକ୍ଷରୁ ଆବଶକୀୟ ପ୍ରମାଣ ପତ୍ର ଦିଆଯାଇଛି । ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ପରେ ବିଭିନ୍ନ ପଶ୍ଚିମ ଦେଶ ରୁଷ୍‌ର ବିଭିନ୍ନ କମ୍ପାନୀଙ୍କ ଠାରୁ ସେମାନଙ୍କର ବ୍ୟବସାୟୀକ ସମ୍ପର୍କ ଛିନ୍ନ କରିଛନ୍ତି । ଏଥିଯୋଗୁଁ ରୁଷ୍‌ରୁ ଅଶୋଧିତ ତୈଳ ରପ୍ତାନୀ ହୋଇପାରୁନାହିଁ ।

ଭାରତଠାରୁ ଏହି ପ୍ରମାଣପତ୍ର ମିଳିବା ପରେ ରୁଷ୍‌ର ଏହି ସିପିଂ କମ୍ପାନୀ ଅଶୋଧିତ ତୈଳ ରପ୍ତାନୀ ଏବଂ ପରିବହନ କରିପାରିବ । ଦୁବାଇର ସିଏସ୍‌ଏଫ୍‌ ମ୍ୟାନେଜ୍‌ମେଣ୍ଟ ସର୍ଭିସେସ୍‌ ପକ୍ଷରୁ ଥିବା ୮୦ରୁ ଊର୍ଦ୍ଧ୍ୱ ଜହାଜକୁ ଭାରତୀୟ ପ୍ରମାଣପତ୍ର ଦିଆଯାଇଥିବା ଏହାର ଓ୍ୱେବସାଇଟ୍‌ରେ ସୂଚନା ଦିଆଯାଇଛି ।

ଏହି ପ୍ରମାଣପତ୍ର ଜାହାଜମାନଙ୍କୁ ସମୁଦ୍ରରେ ମାଲ୍‌ ପରିବହନ ତଥା ନୌବାଣିଜ୍ୟ କରିବାରେ ସକ୍ଷମ ବୋଲି ବିଭିନ୍ନ ସୁରକ୍ଷା ଦୃଷ୍ଟିକୋଣକୁ ଯାଞ୍ଚ କରିବା ପରେ ଦିଆଯାଇଥାଏ ।

Comments are closed.