କରୋନା ମୁକାବିଲା, ଟଙ୍କା ଗଣିବା ପରେ ଭଲଭାବେ ହାତ ଧୁଅନ୍ତୁ : ଆଇବିଏ

ମୁମ୍ବଇ : କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଲୋକମାନେ ପଇସାକୁ ଛୁଇଁବା କିମ୍ବା ଟଙ୍କା ଗଣିବା ପରେ ସେମାନଙ୍କ ହାତକୁ ଭଲଭାବରେ ଧୋଇବା ପାଇଁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ନିବେଦନ କରିଛି। ବ୍ୟାଙ୍କର ଶାଖାଗୁଡ଼ିକୁ ଗଲେ ବ୍ୟାଙ୍କ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ଥିବାରୁ ଗ୍ରାହକମାନେ ଅନ୍ଲାଇନ୍ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ କାରବାର କରିବା ପାଇଁ ଆଇବିଏ କହିଛି।
କେବଳ ଅତିଆବଶ୍ୟକସ୍ଥଳେ ବ୍ୟାଙ୍କ ଶାଖାକୁ ଯିବା ପାଇଁ ସଂଘ ଗ୍ରାହକମାନଙ୍କୁ ନିବେଦନ କରିଛି। ଋଣ ଦେବା ପାଇଁ ମଧ୍ୟ ଡିଜିଟାଲ୍ ମାଧ୍ୟମ ଆପଣେଇବା ପାଇଁ ଆଇବିଏ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି। ବ୍ୟାଙ୍କ ସଂଘ ପକ୍ଷରୁ ‘କରୋନା ସେ ଡରୋନା-ଡିଜିଟାଲ କରୋ ନା’ ଅଭିଯାନ ଆରମ୍ଭ କରାଯାଇଛି।