ଇଣ୍ଡିଆନ ବ୍ୟାଙ୍କ ଏଫ୍‌ଜିଏମ୍‌ ପକ୍ଷରୁ ଋଣ ମେଳା

ଭୁବନେଶ୍ବର: ଇଣ୍ଡିଆନ ବ୍ୟାଙ୍କ ଏଫ୍‌ଜିଏମ୍‌ ଭୁବନେଶ୍ବର ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ମେଳା ଓଡ଼ିଶାର ୧୧ଟି କ୍ଲଷ୍ଟର ଯଥା- କୁଜଙ୍ଗ, କେନ୍ଦ୍ରାପଡ଼ା, କୁରଙ୍ଗଶାସନ, ଖୋର୍ଦ୍ଧା, ବୁଗୁଡା, ପାରଳାଖେମୁଣ୍ଡି, ଖଲିକୋଟ, ଯାଜପୁର, ଅନୁଗୋଳ, ଭଦ୍ରକ ଓ ବଲାଙ୍ଗିରଠାରେ ଆୟୋଜନ କରାଯାଇଥିଲା। ଏହି ମେଳାରେ ୭୮୧ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୧.୫୬କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। କ୍ଷେତ୍ର ମହାପ୍ରବନ୍ଧକ ସୁଖସାଗର ପ୍ରସାଦ ରାଏଙ୍କ ଦ୍ବାରା ଏହା ଉଦ୍‌ଘାଟିତ ହୋଇଥିଲା।
ଉକ୍ତ ଋଣମେଳାରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ନିର୍ଦେଶକ ସୁଜାତା ଆର କାର୍ତ୍ତିକେୟନ, ଇଣ୍ଡିଆନ ବ୍ୟାଙ୍କର ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ତଥା ଶାଖା ପ୍ରବନ୍ଧକମାନେ ଯୋଗଦେଇଥିଲେ।

Comments are closed.