ପାର୍ବତ୍ୟ ଯୁଦ୍ଧରେ ଚୀନକୁ ହରାଇ ପାରିବ ଭାରତ

ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖାର ଗଲୱାନ ଉପତ୍ୟକାରେ ଲାଗି ରହିଥିବା ଉତ୍ତେଜନା ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଦୁଇ ଦେଶ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଚୀନକୁ କଡା ଜବାବ ଦେବାରେ ଭାରତ ବେଶ ସଫଳ ହେବ ବୋଲି ସାମରିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ହାୱାର୍ଡ କେନେଡି ସ୍କୁଲର ସେଣ୍ଟର ଫର ସାଇନ୍ସ ଆଣ୍ଡ ଇଣ୍ଟନ୍ୟାସନାଲ ଆଫାୟାର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ପାର୍ବତ୍ୟ ଯୁଦ୍ଧରେ ଭାରତ ସେନା ଚୀନକୁ ପରାସ୍ତ କରିବାରେ ସଫଳ ହେବେ। ହିମାଳୟ ପାର୍ବତ୍ୟାଞ୍ଚଳରେ ମୁତୟନ ଭାରତୀୟ ସେନା ଚୀନଠାରୁ ବେଶ ଶକ୍ତିଶାଳୀ।

ବିଶେଷଜ୍ଞମାନେ କହୁଛନ୍ତି ଯେ ଚୀନର ସାମରିକ ଶକ୍ତି ତୁଳନାରେ ଭାରତ ବହୁତ ପଛରେ ଅଛି। ତେବେ ବିଶେଷଜ୍ଞମାନଙ୍କର ଏପରି ଆକଳନକୁ ଭାରତ ଭୁଲ ପ୍ରମାଣିତ କରିପାରିବ ବୋଲି ହାୱାର୍ଡ କେନେଡି ସ୍କୁଲ ଏହାର ରିପୋର୍ଟରେ କହିଛି।
ଚୀନ ଦାବି କରୁଛି ଯେ ଭାରତ ସଂଲଗ୍ନ ସୀମାରେ ଏହାର ୨ଲକ୍ଷ ୩୦ହଜାର ସୈନିକ ମୁତୟନ କରିଛି। ତେବେ ଏହି ସଂଖ୍ୟା କେବଳ ଏକ ସଂଖ୍ୟା। ଭାରତକୁ ଚକିତ କରିବା ଲାଗି ଚୀନ ଏପରି ସଂଖ୍ୟା ଦେଖାଉଛି ବୋଲି ହାୱାର୍ଡ କେନେଡି ସ୍କୁଲ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଭାରତ ଏହାର ଚୀନ ସୀମାରେ ପ୍ରାୟ ୨ଲକ୍ଷ ୨୫ହଜାର ସୈନ୍ୟ ମୁତୟନ କରିଛି। ଏଥିରୁ ନଦର୍ଣ୍ଣ କମାଣ୍ଡର ୩୪ହଜାର ସୈନ୍ୟ, ସେଣ୍ଟ୍ରାଲ କମାଣ୍ଡର ୧୫,୫୦୦ ସୈନ୍ୟ ଓ ଇଷ୍ଟର୍ଣ୍ଣ କମାଣ୍ଡର ୧,୭୫,୫୦୦ ​ସୈନ୍ୟ ଅନ୍ତର୍ଭୁକ୍ତ।

Comments are closed.