୧୨ ଆଫ୍ରିକୀୟ ରାଷ୍ଟ୍ର ସହ ଭାରତ କରିବ ସମରାଭ୍ୟାସ

0

ନୂଆଦିଲ୍ଲୀ : ଆଫ୍ରିକୀୟ ରାଷ୍ଟ୍ରରେ ଚୀନର ଆଧିପତ୍ୟ ବିସ୍ତାରକୁ ଜବାବ ଦେବା ଲାଗି ଭାରତ ପ୍ରଥମ କରି ଏହି ରାଷ୍ଟ୍ରଗୁଡିକ ସହିତ ସମରାଭ୍ୟାସ କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ ଭାରତୀୟ ସ୍ଥଳସେନା ଓ ୧୨ଟି ଆଫ୍ରିକୀୟ ରାଷ୍ଟ୍ର ସହିତ ସମରାଭ୍ୟାସ କରିବେ। ଭାରତ ଏହି ସମରାଭ୍ୟାସର ଆୟୋଜନ କରୁଥିବାବେଳେ ଏଥିରେ ଭାଗନେବାକୁ ଥିବା ରାଷ୍ଟ୍ରଗୁଡିକ ହେଲା ଇଜିପ୍ଟ, ଘାନା, ନାଇଜେରିଆ, ଦକ୍ଷିଣ ଆଫ୍ରିକା, ସୁଦାନ, ତାଞ୍ଜାନିଆ ଓ ଉଗାଣ୍ଡା। ମାର୍ଚ୍ଚ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ମହାରାଷ୍ଟ୍ରର ପୁଣେରେ ଏହି ସମରାଭ୍ୟାସ ହେବ। ଆଫ୍ରିକୀୟ ରାଷ୍ଟ୍ର ସହିତ ଭାରତର ସମ୍ପର୍କ ନିବିଡ ଥିବା ସତ୍ତ୍ବେ ଚୀନ ଏଠାରେ ନିଜର ଆଧିପତ୍ୟ ବିସ୍ତାର କରିଚାଲିଛି। ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଜିବୋତିରେ ଚୀନ ନୌସେନା ଘାଟି ତିଆରି କରିବା ପରେ ଭାରତ ଉଦ୍‌ବେଗ ପ୍ରକାଶ କରିଆସୁଛି।

Leave A Reply