ଲଦାଖରେ କେ୯ ବଜ୍ରକୁ ମୁତୟନ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଲଦାଖରେ ଚୀନ ସହିତ ରହିଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ତାହାର କେ-୯ ବଜ୍ର ହାୱିଜର କମାଣକୁ ମୁତୟନ କରିଛି । ଏଲ ଆଣ୍ଡ ଟି ଦ୍ୱାରା ଏହି କମାଣ ତିଆରି କରାଯାାଇଛି ଏବଂ ଦକ୍ଷିଣ କୋରିଆର ପ୍ରମୁଖ ପ୍ରତିରକ୍ଷା ସଂସ୍ଥା ହାନୱା ଡିଫେନ୍ସର ପ୍ରଯୁକ୍ତିକୁ ଏଥିରେ ବ୍ୟବହାର କରାଯାଇଛି । କେ୯ ବଜ୍ର ହେଉଛି କେ୯ ଥଣ୍ଡରର ଏକ ସ୍ୱଦେଶୀ ସଂସ୍କରଣ ଏବଂ ଏହା ୫୦ କିଲୋମିଟର ଦୂରରୁ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିପାରିବ । ଏଥିସହିତ ଭାରତୀୟ ସେନା ପକ୍ଷରୁ ଲଦାଖରେ ଟି-୯୦ ଟ୍ୟାଙ୍କ ମଧ୍ୟ ମୁତୟନ କରାଯାଇଛି ।
ଏହି କମାଣଗୁଡିକର ମୁତୟନ ଓ କାର୍ଯ୍ୟଦକ୍ଷତା ସମ୍ପର୍କରେ ପ୍ରକାଶ କରି ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ କହିଛନ୍ତି ଯେ ଏହି କମାଣଗୁଡିକ ଉଚ୍ଚ ଅକ୍ଷାଂଶରେ ମଧ୍ୟ କାର୍ଯ୍ୟ କରିପାରିବ । ସେଗୁଡିକର କ୍ଷେତ୍ରସ୍ତରୀୟ ପରୀକ୍ଷଣ ଅତ୍ୟନ୍ତ ସଫଳ ହୋଇସାରିଛି । ଏବେ ସେଗୁଡିକୁ ସମୁଦାୟ ରେଜିମେଣ୍ଟରେ ସାମିଲ କରାଯାଇଛି ଏବଂ ତାହା ବାସ୍ତବରେ ସେନା ପାଇଁ ଉପଯୋଗୀ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୦ଟି କେ୯ ବଜ୍ର ପାଇଁ ଅର୍ଡର ଦେଇଥିବାବେଳେ ତାକୁ ୫୧ଟି କମାଣ ଧାର୍ଯ୍ୟ ସମୟ ପୂର୍ବରୁ ଯୋଗାଇ ଦିଆଯାଇଛି ।

Comments are closed.