ଆଜି ସେନା ଦିବସ; ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଜାନୁଆରୀ ୧୫, ଆଜି ହେଉଛି ଭାରତୀୟ ସ୍ଥଳ ସେନା ପ୍ରତିଷ୍ଠା ଦିବସ। ଭାରତ ଆଜି ୭୨ ତମ ସେନା ଦିବସ ପାଳନ କରୁଛି। ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ସାହାସକୁ ସଲାମ କରିବା ସହ ଯବାନ ଏବଂ ତାଙ୍କ ପରିବାରକୁ ଶୁଭକାମନା ଜଣାଇଛନ୍ତି। ସେନାର ତ୍ୟାଗ ଓ ବଳିଦାନ ଉପରେ ସଭିଏଁ ଗର୍ବ କରିଥାଆନ୍ତି। ୧୨୫ କୋଟି ଲୋକମାନଙ୍କ ପାଇଁ ସେନା ନିଜ ଜୀବନକୁ ବାଜି ଲଗାଇଥାଆନ୍ତି। ଏହି ଅବସରରେ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।

ସେନା ଦିବସ ଅବସରରେ ତିନି ସେନାଙ୍କ ପ୍ରମୁଖ ଜେନେରାଲ ବିପିନ ରାୱତଙ୍କ ସହ  ସ୍ଥଳ ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରବଣେ, ଏୟରଚିଫ ମାର୍ଶଲ ଆରକେଏସ ଭଦୌରିୟା ଏବଂ ନୌସେନା ପ୍ରମୁଖ ଏଡ଼ମିରଲ କରମବୀର ସିଂହ ଆଜି ସକାଳେ ଜାତୀୟ ଯୁଦ୍ଧ ସ୍ମାରକୀ ପହଞ୍ଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେନାର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।

ଭାରତୀୟ ସେନାର ଗଠନ ୧୭୭୬ରେ ଭାରତ କମ୍ପାନୀ କୋଲକାତାରେ ଆରମ୍ଭ କରିଥିଲା। ଭାରତୀୟ ସ୍ଥଳସେନାର ଗଠନ ହୋଇଥିଲା।

Comments are closed.