ବଞ୍ଜାରାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଭାରତୀୟ ସେନା

ଶ୍ରୀନଗର: ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପରିପ୍ରେକ୍ଷୀରେ ସ୍ଥାନୀୟ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ସଂପ୍ରତି ଭାରତୀୟ ସେନା ପାଇଁ ଅଗ୍ରାଧିକାର ବିଷୟ ହୋଇଛି । ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ତୁଷାରପାତ ଆରମ୍ଭ ହୋଇଯାଇଥିବା ଏବଂ ଶୀତ ଋତୁ ଆଗମନ ପୂର୍ବରୁ ବଞ୍ଜାରା ମେଷପାଳକଙ୍କୁ କିଭଳି ଉଚ୍ଚ ପାର୍ବତ୍ୟାଞ୍ଚଳରୁ ସମତଳ ଅଞ୍ଚଳକୁ ସୁରକ୍ଷିତ ଭାବରେ ଅଣାଯାଇପାରିବ, ତାହା ଭାରତୀୟ ସେନା ପାଇଁ ଚିନ୍ତାର ବିଷୟ ହୋଇଛି । ପାକିସ୍ତାନ ସେନା ଆତଙ୍କିମାନଙ୍କୁ କାଶ୍ମୀର ଉପତ୍ୟକାକୁ ପଠାଇବା ସହିତ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଜଣକୁ ଅନ୍ୟ ଜଣକ ବିରୁଦ୍ଧରେ ବ୍ୟବହାର କରିବାର ଅପଚେଷ୍ଟା କରୁଥିବାବେଳେ ଭାରତୀୟ ସେନା ବଞ୍ଜାରାଙ୍କ ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ।

Comments are closed.