ପାକ୍‌ ସେନାର ୧୦ ଘାଟି ଧ୍ବଂସ

ଶ୍ରୀନଗର : ପାକିସ୍ତାନ ସେନାର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନର ଜବାବ ଦେବାକୁ ଯାଇ ଭାରତୀୟ ଯବାନ ନିୟନ୍ତ୍ରଣରେଖା (ଏଲଓସି) ଅପରପଟରେ ଥିବା ପାକିସ୍ତାନର ୧୦ରୁ ଅଧିକ ଘାଟିକୁ ଧ୍ବଂସ କରିଦେଇଛି। ଗୁରୁବାର ରଜୌରୀ, ପୁଞ୍ଚ ଓ ନୌଶେରା ସେକ୍ଟରରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ଭାରତୀୟ ଆକ୍ରମଣରେ ପାକିସ୍ତାନର କହଲିଆନ୍‌ ଓ ନାଲି ସମାନି ସେକ୍ଟରରେ ଥିବା ଏହି ୧୦ ଘାଟି ଧ୍ବଂସ ପାଇଯିବା ସହ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

Comments are closed.