ଭାରତ – ଶ୍ରୀଲଙ୍କା ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ଆରମ୍ଭ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ସ୍ଲୀନେକ୍ସ-୨୦ ଆଜିଠାରୁ ଆରମ୍ଭ ହୋଇଛି। ତ୍ରିଙ୍କୁମାଳୀ ଉପକୂଳରେ ଏହି ସମରାଭ୍ୟାସ ଚାଲିବ ଓ ଏହା ତିନିଦିନ ପର୍ଯ୍ୟନ୍ତ ଜାରି ରହିବ। ଶ୍ରୀଲଙ୍କା ନୌବାହିନୀର ଏସଏଲଏନ ଜାହାଜ ସୟୁରା ଓ ଗଜବାହୁ ସମରାଭ୍ୟାସରେ ଅଂଶଗ୍ରହଣ କରୁଛି। ଶ୍ରୀଲଙ୍କା ନୌବାହିନୀର ରିଅର୍‍ ଆଡମିରାଲ୍‍ ବନ୍ଦରା ଜୟତିଳକା ଏହି ସମରାଭ୍ୟାସରେ ଶ୍ରୀଲଙ୍କା ପକ୍ଷରୁ ନେତୃତ୍ୱ ନେବେ। ଭାରତୀୟ ନୌବାହିନୀ ପକ୍ଷରୁ ରିଅର୍‍ ଆଡମିରାଲ୍‍ ସଂଜୟ ବାତ୍ସାୟନ ଏହି ସମରାଭ୍ୟାସ ନେତୃତ୍ୱ ନେଉଛନ୍ତି।

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଭାରତୀୟ ନୌବାହିନୀ ଆଡଭାନ୍ସଡ୍‍ ଲାଇଟ୍‍ ହେଲିକପ୍ଟର, ଚେତକ୍‍ ହେଲିକପ୍ଟର, ଡୋର୍ନିଅର ସାମୁଦ୍ରିକ ପହରା ଯୁଦ୍ଧ ବିମାନ ସମରାଭ୍ୟାସରେ ଅଂଶଗ୍ରହଣ କରୁଛି। ସ୍ଲୀନେକ୍ସ-୨୦ ଦୁଇଦେଶ ମଧ୍ୟରେ ପାରସ୍ପରିକ ବୁଝାମଣାରେ ଉନ୍ନତି ଆଣିବାର ଆଶା କରାଯାଉଛି।

Comments are closed.