ନିୟନ୍ତ୍ରଣ ରେଖା ନିକଟରେ ଦୁଇ ଦେଶ ସେନା ମଧ୍ୟରେ ମିଷ୍ଠାନ୍ନ ଆଦାନ ପ୍ରଦାନ

ଇଦ୍‍-ଉଲ୍‍-ଜୁହା ଅବସରରେ ଆଜି ପୁଞ୍ଚ୍‍ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ମିଷ୍ଠାନ୍ନ ଆଦାନ ପ୍ରଦାନ କରାଯାଇଛି।
ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନୀ ସେନାକୁ ଅଭିନନ୍ଦନ ଜଣାଇବା ସହ ଶାନ୍ତି ଓ ଭ୍ରାତୃତ୍ୱର ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏଭଳି ପଦକ୍ଷେପକୁ ଉଭୟ ଦେଶର ସେନା ପକ୍ଷରୁ ପ୍ରଶଂସା କରାଯିବା ସହିତ ଦୁଇ ଦେଶ ମଧ୍ୟରେ ଏହାଦ୍ୱାରା ବିଶ୍ୱାସ ଓ ଭ୍ରାତୃତ୍ୱ ଅଧିକ ସୁସଂହତ ହୋଇପାରିବ ବୋଲି ଆଶା ପ୍ରକଟ କରାଯାଇଛି।

Comments are closed.