ବ୍ରହ୍ମସ୍‍ କ୍ଷେପଣାସ୍ତ୍ର ଯୁକ୍ତ ସୁଖୋଇ-୩୦ ଏମକେଆଇ ବାୟୁ ସେନାରେ ସାମିଲ

ଚେନ୍ନଇ : ଭାରତୀୟ ବାୟୁ ସେନାରେ ଏହାର ପ୍ରଥମ  ସୁଖୋଇ-୩୦ ଏମକେଆଇ (Sukhoi-30 MKI) ଲଢ଼ୁଆ ବିମାନ ସ୍କ୍ୱାର୍ଡନ୍‍କୁ ଆଜି ତାମିଲନାଡୁର ତାଞ୍ଜାବୁର ଘାଟିଠାରେ ସାମିଲ କରିଛି । ଏହି ଲଢ଼ୁଆ ବିମାନରେ ବ୍ରହ୍ମସ୍‍ କ୍ଷେପଣାସ୍ତ୍ର ରହିଛି । ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାପ୍‍ ଜେନେରାଲ୍‍ ବିପିନ ରାୱତ ଓ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ରାକେଶ କୁମାର ଭଦୋରିଆ ଏକ କାର୍ଯ୍ୟକ୍ରମରେ  ସ୍କ୍ୱାର୍ଡନକୁ ବିମାନବାହିନୀରେ ସାମିଲ କରିଛନ୍ତି।

ନୂଆକରି ଅନ୍ତର୍ଭୁକ୍ତ ହୋଇଥିବା ୨୨୨ ସ୍କ୍ୱାର୍ଡନ ମଧ୍ୟ ଉଭୟ ଆକାଶପଥ ଓ ସମୁଦ୍ର ପଥରେ ଭାରତୀୟ ମହାସାଗର ଅଞ୍ଚଳରେ ତାର ଭୂମିକା ନିର୍ବାହନ କରିବ। ଏହି ସ୍କ୍ୱାର୍ଡନ ଟାଇଗର ସାର୍ଚ୍ଚ ନାମରେ ଜଣାଶୁଣା।

Comments are closed.