ପୁଣି ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

0

ନୂଆଦିଲ୍ଲୀ: ସୋମବାର ଗୋରଖପୁର ବାୟୁସେନା ବିମାନ ବନ୍ଦରରୁ ଉଡାଣ ଭରିବା କିଛି ସମୟ ପରେ କୁଶୀନଗରର ହେତିମପୁର ଅଞ୍ଚଳରେ ପୁଣି ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ନିଆଁ ଲାଗିଯିବା ଫଳରେ ଜାଗୁଆର ବିମାନଟି ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ଏହି ଦୁର୍ଘଟଣାରୁ ପାଇଲଟ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପାରାଚୁଟ୍‌ ସହାୟତାରେ ପାଇଲଟ୍ ଜୀବନ ରକ୍ଷା କରିଛନ୍ତି । ଦୁର୍ଘଟଣାସ୍ଥଳରେ ଜିଲାଅଧିକାରୀ ଏବଂ ପୁଲିସ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଗୋରଖପୁରରୁ ଦୁଇଟି ହେଲିକପ୍ଟର ଅଣାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ୨୮ ନମ୍ବର ଜାତୀୟ ରାଜପଥ ପଡିଛି । ଦୁର୍ଘଟଣାର ସଠିକ୍ କାରଣ ଜଣାପଡିନାହିଁ । ଗୋରଖପୁର ବାୟୁସେନା ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଏହି ଘଟଣାକୁ ମିଶାଇ ବର୍ଷକ ମଧ୍ୟରେ ଦୁଇ ଥର ଭାରତୀୟ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୂର୍ବରୁ ଗତ ଜୁନ୍‌ ମାସରେ ସମାନ ଢ଼ଙ୍ଗରେ ଅନ୍ୟ ଏକ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave A Reply