ନିଖୋଜ ଏଏନ୍-୩୨ ବିମାନର ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିବା ବାୟୁସେନାର ଏଏନ୍-୩୨ ବିମାନର ଆଜି ପର୍ଯ୍ୟନ୍ତି କୌଣସି ପତ୍ତା ମିଳିପାରିନାହିଁ । ସେଥିରେ ବିମାନ କର୍ମଚାରୀଙ୍କୁ ମିଶାଇ ମୋଟ୍ ୧୩ ଜଣ ଯାତ୍ରୀ ଥିଲେ । ବାୟୁସେନା ବିମାନକୁ ଠାବ କରିବାରେ ବିଫଳ ହେବା ପରେ ପୁରସ୍କାର ଘୋଷଣା କରିଛି। ନିଖୋଜ ଏନନ-୩୨ ବିମାନ ବିଷୟରେ କେହି ସୂଚନା ଦେଲେ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବାୟୁସେନା ପକ୍ଷରୁ ଶନିବାର ଘୋଷଣା କରାଯାଇଛି । ଶନିବାର ଖରାପ ପାଗ ହୋଇଥିଲେ ମଧ୍ୟ ଷଷ୍ଠ ଦିନର ଖୋଜାଖୋଜି କାର୍ଯ୍ୟ ଜାରି ରହିଥିଲା।

Comments are closed.