ଏବେ ଭାରତୀୟଙ୍କ ପସନ୍ଦ ‘ଦେଶୀ’ ଚିଙ୍ଗାରୀ; ଡ଼ାଉନଲୋଡ଼ କଲେଣି ୫୦ ଲକ୍ଷ

ଚୀନ୍‍ ପଦାର୍ଥଗୁଡ଼ିକୁ ନିଷେଧ କରିବା ଉଦ୍ଦେଶ୍ୟରେ ସରକାରଙ୍କଦ୍ୱାରା ୫୯ଟି ଚୀନ୍‍ ଆପ୍‍କୁ ନିଷେଧ କରାଯିବା ପରେ ଭାରତୀୟ ଆଇଟି ପେସାଦାରମାନଙ୍କଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆପ୍‍ଗୁଡ଼ିକ ପ୍ରତି ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଉତ୍ପାଦିତ ପଦାର୍ଥଗୁଡ଼ିକର ବ୍ୟବହାର କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅଧିକରୁ ଅଧିକ ଲୋକ ଦେଶୀୟ ପଦାର୍ଥଗୁଡ଼ିକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଏପରିକି ଏବେ ସାମାନ୍ୟ ଜ୍ଞାନକୌଶଳ ଜଣାଥିବା ଲୋକମାନେ ମଧ୍ୟ କିଛି ନା କିଛି ନୂଆ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ଭାରତୀୟ ପେସାଦାରମାନଙ୍କଦ୍ୱାରା ବିକଶିତ ମୋବାଇଲ୍‍ ଆପ୍‍ଗୁଡ଼ିକୁ ଏବେ ବହୁଳ ମାତ୍ରାରେ ଡାଉନଲୋଡ଼ କରାଯାଉଛି। ଏହାର ଏକ ବଡ଼ ଦୃଷ୍ଟାନ୍ତ ହେଉଛି ‘ଚିଙ୍ଗାରି’ ଆପ୍‍। ଏହି ମୋବାଇଲ୍‍ ଆପ୍‍ ଚୀନ୍‍ର ଟିକ୍‍ଟକ୍‍ ମୋବାଇଲ୍‍ ଆପ୍‍ ସହ ସମକକ୍ଷ। ଛତିଶଗଡ଼ର ଜଣେ ଆଇଟି ପେସାଦାର ଏବଂ ଓଡ଼ିଶା ଓ କର୍ଣ୍ଣାଟକର ଦୁଇ ଜଣ ଯୁବକ ଏହି ଆପ୍‍ର ବିକାଶ କରିଛନ୍ତି। ‘ଚିଙ୍ଗାରି’ ଆପ୍‍ର ନିର୍ମାତା ସୁମିତ୍‍ ଘୋଷ୍‍ କହିବା ଅନୁସାରେ ଏହି ଆପ୍‍ ବେଶ୍‍ ଲୋକପ୍ରିୟତା ହାସଲ କରିଛି ଓ ୫୦ ଲକ୍ଷରୁ ଅଧିକ ଗ୍ରାହକ ଏହାକୁ ଡାଉନଲୋଡ଼ କରିସାରିଲେଣି। ଚୀନ୍‍ ଆପ୍‍ଗୁଡ଼ିକୁ ନିଷେଧ କରିବାପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି। ଅନ୍ୟ ‘ଦେଶୀ’ ଆପ୍‍ଗୁଡ଼ିକ ପ୍ରତି ଲୋକମାନଙ୍କ ମଧ୍ୟରେ ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

Comments are closed.