‘ଖେଲ୍‍ ହି ନହିଁ; ଦିଲ୍‍ ଭି ଜିତିୟେ’ : ବାଜପେୟୀ

0

ନୂଆଦିଲ୍ଲୀ : ୨୦୦୪ରେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯାଇଥିଲା। ଦୀର୍ଘ ୧୯ ବର୍ଷ ପରେ ପାକିସ୍ତାନକୁ ଏହା ଭାରତୀୟ କ୍ରିକେଟ ଦଳର ପ୍ରଥମ ଗସ୍ତ ଥିଲା। ଏହି ଗସ୍ତ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭାରତୀୟ ଦଳର ସଦସ୍ୟମାନେ ଭେଟିଥିଲେ। ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଭିଭିଏସ୍‍ ଲକ୍ଷ୍ମଣ, ଅନୀଲ କୁମ୍ବଲେ, ବୀରେନ୍ଦ୍ର ସେହ୍ୱାଗ, ମହମ୍ମଦ କୈଫ୍‌, ଯୁବରାଜ ସିଂହଙ୍କ ପରି ନାମୀ ଖେଳାଳି ଏହି ଦଳରେ ଥିଲେ। ଭାରତୀୟ ଖେଳାଳିଙ୍କୁ ବାଜପେୟୀ ଏହି ଗସ୍ତ ପାଇଁ ଶୁଭକାମନା ଜଣାଇଥିଲେ ନିଆରା ଢଙ୍ଗରେ। ଏକ ବ୍ୟାଟ୍‍ରେ ବାଜପେୟୀ ଲେଖିଥିଲେ- ଖେଲ୍‍ ହି ନହିଁ; ଦିଲ୍‍ ଭି ଜିତିୟେ। ଶୁଭକାମନାଏଁ। (କେବଳ ଖେଳ ନୁହେଁ; ହୃଦୟ ମଧ୍ୟ ଜୟକର। ଶୁଭକାମନା)। ଏହି ବ୍ୟାଟ୍‍କୁ ବାଜପେୟୀ ଅଧିନାୟକ ଗାଙ୍ଗୁଲିଙ୍କୁ ପ୍ରଦାନ କରିଥିଲେ। ବାଜପେୟୀଙ୍କ ଶୁଭକାମନା ଯୋଗୁଁ ଏହି ଗସ୍ତରେ ଭାରତ ଟେଷ୍ଟ ସିରିଜ୍‍କୁ ୨-୧ରେ ଏବଂ ଦିନିକିଆ ସିରିଜ୍‍କୁ ୩-୨ରେ ଜିତିଥିଲା।

Leave A Reply