ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲେ ସଞ୍ଜିତା ଛାନୁ

0

ଗୋଲ୍ଡକୋଷ୍ଟ :ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ଭାରଉତ୍ତୋଳନରେ ଦ୍ୱିତୀୟ ସ୍ୱର୍ଣ୍ଣ ମିଳିଛି ।  । ୫୩ କିଲୋ ଗ୍ରାମ ବର୍ଗରେ ଭାରତର ସଞ୍ଜିତା ଛାନୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  । ଗୁରୁବାରରେ  ମୀରାବାଇ ଛାନୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଶୁକ୍ରବାରରେ ୨୪ ବର୍ଷୀୟା ସଞ୍ଜତା ଛାନୁ ୫୩ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  କ୍ଲିନ ଓ ଜର୍କରେ ମୋଟ ୧୯୨ କିଲୋଗ୍ରାମ ଉତ୍ତୋଳନ କରି ଏହି ସଫଳତା ହାସଲ କରିଛନ୍ତି । ଉଭୟ ମୀରାବାଇ ଓ ସଞ୍ଜିତା ଛାନୁ ମଣିପୁରର । ଏହି ଦୁଇଜଣ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

Leave A Reply