ଅଟଳ ଭୂ-ଜଳ ଯୋଜନା ପାଇଁ ବିଶ୍ୱବ୍ୟାଙ୍କ ସହିତ ରାଜିନାମା

ନୂଆଦିଲ୍ଲୀ :  ଦେଶର ଭୂତଳ ଜଳସ୍ତର ନିମ୍ନଗାମୀ ହେବାକୁ ରୋକିବା ଓ ଭୂତଳ ଜଳସ୍ତର କ୍ଷେତ୍ରରେ କାର୍ଯ୍ୟକରୁଥିବା ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଲାଗି କେନ୍ଦ୍ର ସରକାର ଓ ବିଶ୍ୱବ୍ୟାଙ୍କ ୪୫୦ ନିୟୁତ ଡଲାର ସମ୍ବଳିତ ଏକ ଋଣ ରାଜିନାମା ସ୍ୱାକ୍ଷର କରିଛନ୍ତି। ବିଶ୍ୱ ବ୍ୟାଙ୍କ ସହାୟତାରେ ଅଟଳ ଭୂ-ଜଳ ଯୋଜନା- ଜାତୀୟ ଭୂତଳ ଜଳ ପରିଚାଳନା କାର୍ଯ୍ୟକ୍ରମ ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେବ। ଏହି ଯୋଜନା ଦେଶର ୭୮ଟି ଜିଲ୍ଲାରେ ଲାଗୁ ହେବ। ଭାରତରେ ଭୂତଳ ଜଳ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜଳ ଆବଶ୍ୟକତାର ପୂରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି ଓ ଏହି ଜଳସ୍ତରରେ ହ୍ରାସ ଏକ ଚିନ୍ତାଜନକ ବିଷୟ। ଅଟଳ ଭୂଜଳ ଯୋଜନା ଭୂତଳ ଜଳର ପରିଚାଳନା ଓ ଜଳର ସ୍ଥାୟୀ ସଂରକ୍ଷଣରେ ଲୋକମାନଙ୍କର ଅଧିକ ଭୂମିକା ପାଇଁ ଆନୁଷ୍ଠାନିକ ଢାଞ୍ଚାକୁ ସୁଦୃଢ଼ କରିବ।

Comments are closed.