ମ୍ୟାଚ ହାରି ଶୃଙ୍ଖଳା ଜିତିଲା ଭାରତ: ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ- ୪୯ ରନ୍‌ରେ ହାରିଲା ଭାରତୀୟ ଦଳ

ନୂଆଦିଲ୍ଲୀ – ଇନ୍ଦୋରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ଭାରତକୁ ଦକ୍ଷିଣ ଆଫ୍ରିକା ୪୯ ରନ୍‌ରେ ପରାସ୍ତ କରିଛି । ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା । ଦକ୍ଷିଣ ଆଫ୍ରିକା ୨୦ ଓଭର୍‌ରେ ତିନି ଓ୍ୱିକେଟ୍‌ ହରାଇ ୨୨୭ ରନ୍ କରିଥିଲା । ହେଲେ ପୂର୍ବରୁ ଦୁଇଟି ମ୍ୟାଚ ଭାରତ ଜିତିଥିବାରୁ ଏହି ଶୃଙ୍ଖଳାରେ ବିଜୟ ଲାଭକରିଛି ।

ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବିପର୍ଯ୍ୟୟ ହୋଇଥିଲା । ଅଧିନାୟକ ବାଭୁମା ଆଉଟ୍‌ ହୋଇଯାଇଥିଲା । ଏହାପରେ ଣ୍ଟନ ଡି’କକ୍ ଓ ରିଲି ରୁଷୋ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ରୁଷୋ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୪୮ ବଲରେ ଶତକ ହାସଲ କରିଥିଲେ । ଦୀପକ ଚହର ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେବାରେ ସଫଳ ହୋଇଥିଲେ ।

ଏହି ବିଶାଳ ରନ୍‌ର ପିଛା କରି ଭାରତୀୟ ଦଳ ୪୯ ରନ୍‌ରେ ପରାସ୍ତ ହୋଇଛି । ଭାରତର ଦିନେଶ କାର୍ତିକ ସର୍ବାଧିକ ୪୬ ରନ୍‌ କରିଥିଲେ ।

Comments are closed.