ମହିଳା ଦିନିକିଆ : ଇଂଲଣ୍ଡ ବିପକ୍ଷରେ ପ୍ରଥମଥର ଶୃଙ୍ଖଳା ପୋଛିଲା ଭାରତ

ଲର୍ଡସ : ପ୍ରଥମଥର ଘରୋଇ ଇଂଲଣ୍ଡ ମହିଳା ଦଳ ବିପକ୍ଷରେ ଦିନିକିଆ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି ଭାରତ। ଶନିବାର ୩ୟ ତଥା ଅନ୍ତିମ ଦିନିକିଆରେ ୧୬ ରନ୍‌ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଛି। ଝୁଲଣ ଗୋସ୍ବାମୀଙ୍କ ଏହି ବିଦାୟୀ ମ୍ୟାଚ୍‌ରେ ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୫.୪ ଓଭରରେ ୧୬୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ୪୩.୩ ଓଭରରେ ଇଂଲଣ୍ଡ ୧୫୩ ରନ୍‌ରେ ଅଲ୍‌ଆଉଟ ହୋଇ ଯାଇଥିଲା।
ଇଂଲଣ୍ଡ ଫିଲ୍‌ଡିଂ ନେବା ପରେ ଭାରତ ୨୯ ରନ୍‌ରେ ୪ଟି ୱିକେଟ ହରାଇଥିଲା। ସ୍ମୃତି ମାନ୍ଧାନା ୫ଟି ଚୌକା ସହ ୫୦ ରନ୍‌ କରିଥିଲେ। ପୂଜା ବସ୍ତ୍ରାକର ୪ଟି ଚୌକା ସହ ୨୨ ରନ୍‌ କରିଥିଲେ। ଦୀପ୍ତି ଶର୍ମା ୭ଟି ଚୌକା ସହ ୬୮ ରନ୍‌କରି ଅପରାଜିତ ଥିଲେ। କେଟ୍‌ କ୍ରସ୍ ୪ଟି ୱିକେଟ ନେଇଥିଲେ। ୧୭୦ ରନ୍‌ ଲକ୍ଷ୍ୟରେ ଇଂଲଣ୍ଡ ୬୫ ରନ୍‌ରେ ୭ଟି ୱିକେଟ ହରାଇଥିଲା। ଏମ୍ମା ଲାମ୍ବ୍ ୨୧ ଓ ଅଧିନାୟିକା ଆମି ଜୋନ୍‌ସ ୨୮ ରନ୍‌ କରିଥିଲେ। ଶେଷ ୱିକେଟ ପାଇଁ ଚାର୍ଲି ଡିନ୍ ଓ ଫ୍ରେୟା ଡେଭିସ୍ ୩୫ ରନ୍‌ ଯୋଡ଼ିଥିଲେ। ତେବେ ଡିନ୍‌ଙ୍କୁ ମଙ୍କଡ୍‌ ଆଉଟ୍‌କରି ଦୀପ୍ତି ଶର୍ମା ମ୍ୟାଚ୍‌ର ଅନ୍ତଃ ଘଟାଇଥିଲେ। ଚାର୍ଲି ଡିନ୍‌ ୪୭ ରନ୍‌ କରିଥିଲେ। ରେଣୁକା ସିଂହ ୪ଟି ଏବଂ ଝୁଲଣ ଗୋସ୍ବାମୀ ଓ ଦୀପ୍ତି ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ। ରେଣୁକା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ହରମନପ୍ରୀତ କୌର ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Comments are closed.