୬ମାସରେ ୪.୩୬ଲକ୍ଷ ଥର ସାଇବର ଆକ୍ରମଣର ଶିକାର ହୋଇଛି ଭାରତ

0

ନୂଆଦିଲ୍ଲୀ: ଋଷ, ଆମେରିକା, ନେଦାରଲ୍ୟାଣ୍ଡ, ଚୀନ ପରି ପ୍ରମୁଖ ଦେଶର ହ୍ୟାକରଙ୍କ ଟାର୍ଗେଟ ପାଲଟିଛି ଭାରତ। ଭାରତୀୟ ନେଟୱାର୍କ ମଧ୍ୟରେ ଆବାଧରେ ପ୍ରବେଶ କରୁଛନ୍ତି ଏହି ହ୍ୟାକର ମାନେ। ୨୦୧୮ଜାନୁଆରୀରୁ ଜୁନ୍‍ ମଧ୍ୟରେ ହ୍ୟାକର ମାନେ ୬.୯୫ଲକ୍ଷ ଥର ଏଭଳି କାର୍ଯ୍ୟରେ ସଫଳ ହୋଇଛନ୍ତି ବୋଲି ସାଇବର ସୁରକ୍ଷା ସଂସ୍ଥା ଏଫ-ସିକ୍ୟୋର ଦାବି କରିଛି। ସଂସ୍ଥା ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ରୁଷ ପରି ଦେଶରୁ ଭାରତକୁ ମୋଟ୍‍ ୨ଲକ୍ଷ ୫୫ହଜାର ୫୮୯ଥର ସର୍ଭର ଆକ୍ରମଣ କରାଯାଇ ଥିବାବେଳେ ଆମେରିକା ୧ଲକ୍ଷ ୦୩ହଜାର ୪୫୮ ଓ ଚୀନ ୪୨ହଜାର ୫୪୪ ଥର, ନେଦାରଲ୍ୟାଣ୍ଡ ୧୯ହଜାର ୧୬୯ ଥର, ଜର୍ମାନୀରୁ ୧୫ହଜାର ୩୩୦ଥର ଆକ୍ରମଣ କରାଯାଇ ଥିଲା। ଏହାକୁ ଭିତ୍ତି କରି ମୋଟ୍‍ ୪ଲକ୍ଷ ୩୬ହଜାର ୦୯୦ଥର ଭାରତ ଉପରେ ସାଇବର ଆକ୍ରମଣ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସେହିପରି ଭାରତରୁ ମଧ୍ୟ ଏହି ସମୟସୀମା ମଧ୍ୟରେ ୧୨ହଜାର ୫୪୦ଥର ପୃଥକ ପୃଥକ ରାଷ୍ଟ୍ରୟୀ ସର୍ଭର ଉପରେ ଆକ୍ରମଣ ହୋଇଛି। ନେଦାରଲ୍ୟାଣ୍ଡ ଉପରେ ୯ହଜାର ୨୬୭ଥର, ଯୁକ୍ତରାଷ୍ଟ୍ର ଆମେରିକା ଉପରେ ୬ହଜାର ୩୪୭ ଥର, ଜାପାନ ଉପରେ ୪ହଜାର ୭୦୧ଥର ଓ ୟୁକ୍ରେନ ଉପରେ ୩ହଜାର ୭୦୮ ଥର ଆକ୍ରମଣ ହୋଇଛି। ରିପୋର୍ଟରେ ଏ ସମ୍ପର୍କରେ ବିସ୍ତୃତ ବିବରଣୀ ଦିଆଯିବା ସହ ଭାରତୀୟ ସର୍ଭର ଦୁର୍ବଳତା ତାଲିକାରେ ବିଶ୍ୱରେ ୧୩ତମ ସ୍ଥାନରେ ରହିଛି ବୋଲି ଉଲ୍ଲେଖ କରିଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ହ୍ୟାକରଙ୍କ ଆକ୍ରମଣ ଅଧିକ ହେବାର ସମ୍ଭାବନା ଆଶଙ୍କା କରିଛି ସଂସ୍ଥା। ତେବେ ଚଳିତ ବର୍ଷ ସର୍ବାଧିକ ଆମେରିକାର ସର୍ଭର ଉପରେ ଆକ୍ରମଣ ହୋଇଛି। ସଂସ୍ଥା ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଆମେରିକାର ଉପରେ ସର୍ବାଧିକ ୯୭ଲକ୍ଷ ୬୮୦ ହଜାର ୭୫୬ଥର ଆକ୍ରମଣ ହୋଇଥିବା ଦର୍ଶାଯାଇଛି।

Leave A Reply