ଜାତିସଂଘରେ ବିକାଶଶୀଳ ବିଶ୍ୱର ସ୍ୱାର୍ଥ ରକ୍ଷା କରିବ ଭାରତ – ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର କହିଛନ୍ତି ଯେ ଜାତିସଂଘ ୭୫ତମ ବାର୍ଷିକୀ ପାଳନ କରୁଥିବାରୁ ସମସ୍ତ ଦେଶର ବିକାଶ କ୍ଷେତ୍ରରେ ସଂସ୍କାର ଆଣିବା ଜରୁରୀ ହୋଇପଡିଛି। ଅନେକ ଟୁଇଟ୍ କରି ମନ୍ତ୍ରୀ କହିଛନ୍ତି ଯେ ୨୦୨୧ ଜାନୁଆରୀରେ ଭାରତ ଜାତିସଂଘରେ ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦେବ। ସେ କହିଛନ୍ତି ଯେ ବିକାଶଶୀଳ ଦେଶର ସ୍ୱାର୍ଥକୁ ଭାରତ ସମର୍ଥନ କରିବ ଏବଂ ପ୍ରମୁଖ ସମସାମୟିକ ଅହ୍ୱାନଗୁଡିକ ଉପରେ ବିଶ୍ୱ ସହମତିକୁ ଦୃଢ କରିବାକୁ ଚେଷ୍ଟା କରିବ।

ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ବୃହତ ଦେଶଗୁଡିକ ନିଜ ସ୍ୱାର୍ଥ ଉପରେ ଧ୍ୟାନ ଦେଉଥିବାରୁ ଅନ୍ୟ ବିକାଶଶୀଳ ଓ ଅଣବିକଶିତ ଦେଶ ପାଇଁ ବିପଦ ଦେଖାଦେଇଛି। ସେ ଜାତିସଂଘରେ ସଂସ୍କାର ଆଣିବା ଉପରେ ଆହ୍ୱାନ ଦେଇଛନ୍ତି।

Comments are closed.