ପାକିସ୍ତାନୀ କ୍ରିକେଟ ଖେଳାଳିଙ୍କୁ ଭିସା ଦେବ ଭାରତ

ଆସନ୍ତା ଅକ୍ଟୋବର ମାସରେ ଭାରତରେ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ବିଶ୍ପକପ୍‍ କ୍ରିକେଟ୍‍ ପ୍ରତିଯୋଗିତା ପାଇଁ ପାକିସ୍ତାନ କ୍ରିକେଟ୍‍ ଟିମ୍‍ ଓ ସାମ୍ବାଦିକମାନଙ୍କୁ ଭିସା ଦେବା ଲାଗି ବିସିସିଆଇ ଅନୁମୋଦନ ହାସଲ କରିଛି। ପାକିସ୍ତାନୀ କ୍ରିକେଟ୍‍ ଖେଳାଳିମାନଙ୍କୁ ଭାରତ ସରକାର ଭିସା ଦେବାକୁ ରାଜି ହୋଇଥିବା କଥା ବିସିସିଆଇର ସର୍ବୋଚ୍ଚ ପରିଷଦ ବୈଠକରେ ଘୋଷଣା କରାଯାଇଛି। ଏହାଦ୍ୱାରା ଭାରତ ଓ ପାକିସ୍ତାନ କ୍ରିକେଟ୍‍ ବୋର୍ଡ ମଧ୍ୟରେ ଯେଉଁ ଅଚଳାବସ୍ଥା ରହିଛି ତାହା ଦୂର ହୋଇଗଲା ବୋଲି କହିବା ଠିକ୍‍ ହେବ ନାହିଁ। ପାକିସ୍ତାନୀ କ୍ରିକେଟ୍‍ ବୋର୍ଡର ଅଧ୍ୟକ୍ଷ ଏହସାନ ମଣି କହିଛନ୍ତି ଖାଲି ଖେଳାଳି ଓ ସାମ୍ବାଦିକମାନଙ୍କୁ ଭିସା ଦେଲେ ଚଳିବ ନାହିଁ। କ୍ରିକେଟ୍‍ ଖେଳ ଦେଖିବାକୁ ଚାହୁଁଥିବା ଦର୍ଶକମାନଙ୍କୁ ମଧ୍ୟ ଭିସା ଦେଲେ ଭଲହେବ।

ସେ କହିଛନ୍ତି ଯଦି ଭାରତୀୟ କ୍ରିକେଟ୍‍ ବୋର୍ଡ ଦର୍ଶକମାନଙ୍କ ପାଇଁ ଭିସା ଯୋଗାଡ କରିପାରିବ ନାହିଁ ତେବେ ସଂଯୁକ୍ତ ଆରବ ଏମିରେଟ୍‍ସରେ ଟୁର୍ଣ୍ଣାମେଣ୍ଟ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ୍‍ ପରିଷଦକୁ ଅନୁରୋଧ କରିବ।

Comments are closed.