ଜୁଲାଇ ସୁଦ୍ଧା ଭାରତରେ ୫୧.୬ କୋଟି ଟିକା ଉପଲବ୍ଧ ହେବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ସୁଦ୍ଧା ଭାରତରେ ୫୧ କୋଟି ୬୦ ଲକ୍ଷ ପାନ ଟିକା ଉପଲବ୍ଧ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ। ବର୍ତ୍ତମାନ ସୁଦ୍ଧା ୧୮ କୋଟିରୁ ଅଧିକ ପାନ ଟିକା ଦିଆଯାଇସାରିଛି ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବା ସମୟରେ କହିଛନ୍ତି ଯେ, ଟିକାର ଚାହିଦା ପୂରଣ ଲାଗି ଉତ୍ପାଦନକୁ ଦ୍ରୁତଗତିରେ ବୃଦ୍ଧି କରାଯାଇଛି। ଜୁଲାଇ ଶେଷ ସୁଦ୍ଧା ଟିକାକରଣ ହୋଇଥିବା ୧୮ କୋଟି ପାନ ଟିକା ସମେତ ଆମ ପାଖରେ ୫୧ କୋଟି ୬୦ ଲକ୍ଷ ଟିକା ଥିବ। ସ୍ପୁଟନିକ ଟିକାକୁ ଅନୁମୋଦନ ମିଳିସାରିଛି। ଆଗାମୀ ଦିନରେ ଆଉ କିଛି ନୂଆ ଟିକାକୁ ଅନୁମୋଦନ ମିଳିବା ପରେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ପାନ ଟିକା ଭାରତରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

Comments are closed.