ଭାରତ ୬.୭% ହାରରେ ଅଭିବୃଦ୍ଧି କରିବ; ୨୦୨୨ ସୁଦ୍ଧା ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବ

ନୂଆଦିଲ୍ଲୀ: ୨୦୨୨ରେ ଭାରତର ଅଭିବୃଦ୍ଧି ହାର ୬.୭% ହେବ, ଯାହା ସେହିବର୍ଷ ସମଗ୍ର ବିଶ୍ୱରେ ଦ୍ରୁତତମ ରହିବ ବୋଲି ୟୁନାଇଟେଡ ନେସନ୍ସ କନଫରେନ୍ସ ଅନ ଟ୍ରେଡ ଆଣ୍ଡ ଡେଭଲପମେଣ୍ଟ (ଅଙ୍କଟାଡ)ର ବାଣିଜ୍ୟ ଓ ବିକାଶ ରିପୋର୍ଟ ୨୦୨୧ରେ କୁହାଯାଇଛି। ୨୦୨୧ରେ ଭାରତର ଅଭିବୃଦ୍ଧି ହାର ୭.୨% ହେବାବେଳେ ଚୀନର ଅଭିବୃଦ୍ଧି ହାର ତାହାଠାରୁ ଅଧିକ ୮.୩% ହେବ ବୋଲି ଅଙ୍କଟାଡ ରିପୋର୍ଟରେ କୁହାଯାଇଛି। ସେହି ସମୟରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୫.୩% ହେବ, ଯାହା ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ସବୁଠାରୁ ଦ୍ରୁତ ହେବ। କେତେକ ରାଷ୍ଟ୍ରରେ ଅଭିବୃଦ୍ଧି ହାର ଚଳିତ ବର୍ଷ ଶେଷସୁଦ୍ଧା ୨୦୧୯ ସ୍ତରକୁ ଟପିଯିବା ଆଶା କରାଯାଉଛି। ତେବେ ତାହା ପରବର୍ତ୍ତୀ ସମୟରେ ବିଶ୍ୱର ଅର୍ଥନୈତିକ ଦୃଶ୍ୟପଟ୍ଟ ଅନିଶ୍ଚିତ ବୋଲି ରିପୋର୍ଟରେ କୁହାଯାଇଛି। ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ହାର ୩.୫%କୁ ଖସିବା ପରେ ଚଳିତ ବର୍ଷ ତାହା ୫.୩% ହେବାକୁ ଯାଉଛି।

Comments are closed.