ଭାରତ ଆସିବା ପୂର୍ବରୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ସର ବଡ ଘୋଷଣା, ଭାରତ ଚଳିତ ଶତାବ୍ଦୀରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭାଗିଦାର

ଆସନ୍ତା ମାସରେ ଭାରତ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ଆଲୋଚନା ପୂର୍ବରୁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ସର କହିଛନ୍ତି ଯେ ଚଳିତ ଶତାବ୍ଦୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଭାରତ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହେବ। ୱାଶିଂଟନ୍ ଠାରେ ମାର୍କ ଏସ୍ସର କହିଛନ୍ତି ଯେ ସେ ଏବଂ ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଆସନ୍ତା ସପ୍ତାହରେ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂ ଏବଂ ଏସ୍. ଜୟଶଙ୍କରଙ୍କ ସହ ଟୁ ପ୍ଲସ ଟୁ ବୈଠକ ପାଇଁ ନୂଆଦିଲ୍ଲୀ ଆସିବେ।

ଏହି ଟୁ ପ୍ଲସ ଟୁ ବୈଠକର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଆଟଲାଣ୍ଟିକ୍ କାଉନସିଲ୍ ଥିଙ୍କ ଟ୍ୟାଙ୍କ ଦ୍ୱାରା ଆୟୋଜିତ ଏକ ୱେବିନାରରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଏସ୍ସର କହିଛନ୍ତି ଯେ ଭାରତ ସହ ଏହା ଆମର ଦ୍ୱିତୀୟ ଏବଂ ଦୁଇ ଦେଶ ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ବୈଠକ ହେବ। ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିବା ସହ ଏସ୍ସର କହିଛନ୍ତି, ‘ମୋର ବିଶ୍ୱାସ ଯେ ଏହି ଶତାବ୍ଦୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଭାରତ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହେବ।’

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ର, ଏକ ଦକ୍ଷ ଦେଶ, ଯାହାର ଲୋକମାନେ ବହୁତ ଦକ୍ଷ। ହିମାଚଳ ପ୍ରଦେଶରେ ସେମାନେ ପ୍ରତିଦିନ ଚୀନ୍‌ର ପ୍ରକୃତ ନିୟନ୍ତ୍ରଣ ଲାଇନରେ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି।

Comments are closed.