ଦ୍ୱିତୀୟ ଟି-୨୦ ସହ ଶ୍ରୀଲଙ୍କା ବିପକ୍ଷରେ ଶୃଙ୍ଖଳା ଜିତିଲା ଭାରତୀୟ ମହିଳା ଦଳ

ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ କ୍ରିକେଟ୍‍ ମ୍ୟାଚରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି । ୧୨୬ରନ୍‍ର ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଭାରତୀୟ ଦଳ ୧୯ ଓଭର ଗୋଟିଏ ବଲରେ ୫ ୱିକେଟ୍‍ ବିନିମୟରେ ୧୨୭ରନ୍‍ କରି ମ୍ୟାଚ୍‍ ଜିତି ନେଇଥିଲା । ଭାରତର ଏହା ଏହି ସିରିଜ୍‍ର କ୍ରମାଗତ ଦ୍ୱିତୀୟ ବିଜୟ । ୩ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜକୁ ଭାରତ ୨-୦ ଜିତି ନେଇଛି ।
ସୂଚନା ଯୋଗ୍ୟ ଶ୍ରୀଲଙ୍କା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରି ୭ୱିକେଟ୍‍ ବିନିମୟରେ ୧୨୫ ରନ୍‍ ସଂଗ୍ରହ କରିଥିଲା । ହରମନ୍‍ ପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗତ ଗୁରୁବାର ଦିନ ପ୍ରଥମ ଟି-୨୦ ମ୍ୟାଚରେ ୩୪ ରନରେ ଶ୍ରୀଲଙ୍କାକୁ ହରାଇଥିଲା । କିଛିଦିନ ପୂର୍ବରୁ ୩୯ ବର୍ଷୀୟା କ୍ରିକେଟର ମିତାଲି ରାଜ କ୍ରିକେଟର ସବୁ ଫର୍ମାଟରୁ ଅବସର ପରେ, ଭାରତୀୟ ମହିଳା କ୍ରିକେଟ୍‍ ଦଳର ଏହା ପ୍ରଥମ ସିରିଜ୍‍ ।

Comments are closed.