ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ ଶେଷ ଟ୍ବେଣ୍ଟି-୨୦ : ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଦଳ

ମୁମ୍ବଇ : ଆସନ୍ତାକାଲି(ବୁଧବାର) ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ଶେଷ ଟ୍ବେଣ୍ଟ-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ପ୍ରଥମ ଓ ଦ୍ବିତୀୟ ମ୍ୟାଚରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତି ସିରିଜ ୧-୧ବରାବର ସ୍ଥିତିରେ ରହିଛି। ତେଣୁ ଆସନ୍ତାକାଲିର ମ୍ୟାଚକୁ ଜିତି ଉଭୟ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ରହିବେ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ହାଇଦରାବାଦ​ରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଅଧିନାୟକ କିରେନ ପୋଲାର୍ଡ ଓ ହେତମେୟରଙ୍କ ଚମତ୍କାର ବ୍ୟାଟିଂ ବଳରେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଭାରତ ପାଇଁ ୨୦୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।  ଇଣ୍ଡିଜର ୨୦୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଧିନାୟକ ବିରାଟ କୋହଲି ଅପରାଜିତ ଅର୍ଦ୍ଧଶତକ ଓ କେଏଲ୍‌ ରାହୁଲ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ୧୮.୪ ଓଭରରେ ୪ ୱିକେଟ୍‌ ହରାଇ ୨୦୯ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା।

ସେହିଭଳି ଦ୍ବିତୀୟ ଟ୍ବେଣ୍ଟି-୨୦ମ୍ୟାଚ ଡିସେମ୍ବର ୮ରେ ତିରୁଅନନ୍ତପୁରମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଇଣ୍ଡିଜ ଅଧିନାୟକ କିରେନ ପୋଲାର୍ଡ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୧୭୦ରନ କରିଥିଲା। ଭାରତର ୧୭୧ ରନ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇ ଥିବା ୱେଷ୍ଟଇଣ୍ଡିଜର ୨ଓପନରଙ୍କ ଦମଦାର ବ୍ୟାଟିଂ ସହାୟତାରେ ସହଜ ବିଜୟ ହାସଲ କରିନେଇଥିଲା। ୱେଷ୍ଟଇଣ୍ଡିଜ ୧୮.୩ ଓଭରରେ ମାତ୍ର ୨ ୱିକେଟ ହରାଇ ୧୭୩ ରନ କରିଥିଲା। ୱେଷ୍ଟଇଣ୍ଡିଜର ଓପନର ସିମୋନ୍ସ ମାତ୍ର ୪୫ ବଲରେ  ଅପରାଜିତ ୬୭ ରନର ଧୁଆଁଧାର ଇଂନିସ ଖେଳିଥିଲେ। ଯେଉଁଥିରେ ତାଙ୍କର ୪ଟି ଛକା ଏବଂ ୪ ଟି ଚୌକା ସାମିଲଥିଲା। ଇଭିନ ଲୁଇସ ୪୦, ହେଟମେୟାର ୨୩  ଏବଂ ପୋରାନ ୩୮ ରନର ଇଂନିସ ଖେଳିଥିଲେ।

Comments are closed.