ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ଶେଷ ଟ୍ବେଣ୍ଟି-୨୦

ମୁମ୍ବଇ : ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ମୁମ୍ବଇର ଓାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ଶେଷ ମ୍ୟାଚ ଖେଳାଯିବ। ପ୍ରଥମ ଓ ଦ୍ବିତୀୟ ମ୍ୟାଚରେ ଉଭୟ ଦଳ ଗୋଟିଏ ଲାଖେ ମ୍ୟାଚ ଜିତିଛନ୍ତି। ତେଣୁ ଆଜିର ମ୍ୟାଚକୁ ଜିତି ଉଭୟ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ରହିବେ।

ଟି୨୦ ବିଶ୍ବକପ୍ ଜିିତିବା ପରଠାରୁ ୱେଷ୍ଟଇଣ୍ଡିଜ୍‌ ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ତା’ରି ମାଟିରେ ଭାରତକୁ ପରାସ୍ତ କରିବାର ସୁଯୋଗ ଏହା ପାଖରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୨୦୭ ରନ୍‌ର ପିଛାକରି ଜିତିଥିବା ଭାରତ ୨ୟ ମ୍ୟାଚ୍‌ରେ ଏହି ଝଟ୍‌କା ପରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ୨୦୨୦ ଟ୍ବେଣ୍ଟି୨୦ ବିଶ୍ବକପ୍ ଲାଗି ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ଘରୋଇ ସିରିଜ୍ ଜିତିବାକୁ ନିଶ୍ଚୟ ପ୍ରୟାସ କରିବ।

Comments are closed.