ପ୍ରଥମ ପାୱାର ଫ୍ଲେରେ ରୋହିତ ଓ ରହୁଲଙ୍କ ଧୂଆଁଧାର ବ୍ୟାଟିଂ : ଭାରତ ୫୯-୦

କଟକ : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଚଳିତ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଭାରତ ଆଗରେ ୩୧୬ରନର ବିଜୟ ଲକ୍ଷ୍ୟ ରଖିଛି। ୱେଷ୍ଟଇଣ୍ଡିଜର ୩୧୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରଥମ ପାୱାର ପ୍ଲେ ଶେଷ ସୁଦ୍ଧା ରୋହିତ ଓ ରହୁଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୫୯ରନ ସଂଗ୍ରହ କରିଛି। ବର୍ତ୍ତମାନ ୧୧ଓଭର ଖେଳ ଶେଷ ସୁଦ୍ଧା ଭାରତ ୬୯ରନ କରିଛି। ଯେଉଁଥିରେ ରୋହିତ ଶର୍ମା ୩୪ବଲରେ ୩୫ରନ ଓ ରାହୁଲ ୩୨ବଲରେ ୩୨ରନ କରିଛନ୍ତି।

pic courtesy-twitter

Comments are closed.