ବାରବାଟୀ ଦିନିକିଆ : ପୋରାନ ଓ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ, ଭାରତ ପାଇଁ ୩୧୬ରନର ବିଜୟ ଲକ୍ଷ୍ୟ

କଟକ : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଚଳିତ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିଚୋଲାସ ପୋରାନ ଓ ଅଧିନାୟକ କିରେଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ପାଇଁ ୩୧୬ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ନିଚୋଲାସ ପୋରାଣ ୬୪ ବଲ ଖେଳି ୮୯ ରନ କରିଛନ୍ତି। ଯେଉଁଥିରେ ତାଙ୍କାର ୩ ଟି ବିଶାଳ ଛକା ୧୦ ଟି ଚୌକା ସାମିଲ ରହିଛି। ସେହିଭଳି ୱେଷ୍ଟଇଣ୍ଡିଜ ଅଧିନାୟକ କିରେଣ ପୋଲାର୍ଡ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ସମୁଦାୟ ୫୧ଟି ବଲ ଖେଳି ୭୪ରନ କରି ନଟଆଉଟ ରହିଛନ୍ତି। ଯେଉଁଥିରେ ତାଙ୍କର ୭ ଟି ବିଶାଳ ଛକା ଓ ୩ ଟି ଚୌକା ରହିଛି।

ଭାରତ ପକ୍ଷରୁ ନିଜର ପ୍ରଥମ ଦିନିକିଆ ମ୍ୟାଚ ଖେଳୁଥିବା ନବଦୀପ ସାଇନି ୧୦ଓଭରରେ ୫୮ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ସେହିଭଳି ଶ୍ରାଦୁଲ ଠାକୁର ୧୦ଓଭରରେ ୬୬ରନ ଦେଇ ମାତ୍ର ଗୋଟିଏ ୱିକେଟ ନେଇଥିବାବେଳେ ମହମ୍ମଦ ସାମି ୧୦ଓଭରରେ ୬୬ରନ ଗୋଟିଏ ୱିକେଟ, ରବିନ୍ଦ୍ର ଜାଡେଜା ୧୦ଓଭର ବୋଲିଂ କରି ୫୪ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ଏବଂ ଚାଇନା ମ୍ୟାନ ବୋଲର ଆଜି କୌଣସି ୱିକେଟ ପାଇ ନଥିଲେ। ସେ ୧୦ଓଭରରେ ୬୭ରନ ଦେଇଥିଲେ।

Comments are closed.