ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ

ଚେନ୍ନଇ : ଆସନ୍ତାକାଲି(ରବିବାର) ଚେନ୍ନଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ନିକଟରେ ୱେଣ୍ଟି-୨୦ ସିରିଜକୁ ୨-୧ରେ ହାତେଇବା ପରେ ଭାରତୀୟ ଦଳର ମନବଳ ଦୃଢ ରହିଛି। ଅନ୍ୟପକ୍ଷରେ ୱେଣ୍ଟି-୨୦ ସିରିଜରେ ପରାଜୟ ପରେ ଇଣ୍ଡିଜ ଦଳ ଏହି ମ୍ୟାରେ ବିଜୟ ସହ ସିରିଜର ଆରମ୍ଭ କରିବାକୁ ପ୍ରୟାସ କରିବ।
ଭାରତୀୟ ସମୟ ଅନୁସାରେ ୧ଟା ୩୦ରେ ଟସ୍ ପଡ଼ିବ ଏବଂ ୨ଟାରୁ ମ୍ୟାଚ ଆରମ୍ଭ ହେବ। ମ୍ୟାଚର ସିଧାପ୍ରସାରଣ ଷ୍ଟାର ସ୍ପୋଷ୍ଟ୍ସ-୧, ଷ୍ଟାର ସ୍ପୋଷ୍ଟ୍ସ-୧ଏଚଡି ଦେଖିପାରିବେ।

Comments are closed.