୨୦୨ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଭାରତ ରଖିଥିବା ୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖିନ ହୋଇଛି। ୬ ଓଭର ଖେଳା ଶେଷ ସୁଦ୍ଧା ଦଳ ମାତ୍ର ୩୬ରନ କରି ତାର ବହୁମୂଲ୍ୟ ଚାରୋଟି ୱିକେଟ ହରାଇଛି।

ଭାରତ ପକ୍ଷରୁ ବୁମ୍ରା ୨ଓଭର ବୋଲିଂ କରି ୫ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି। ସେହିଭଳି ଶ୍ରାଦୁଲ ଠାକୁର ୨ଓଭରରେ ୧୭ରନ ଦେଇ ଗୋଟିଏ ୱିକେଟ, ସାଇନି ୨ଓଭରରେ ୧୩ରନ ଗୋଟିଏ ୱିକେଟ ଏବଂ ଆଉ ଗୋଟିଏ ୱିକେଟ ମନିଷ ପାଣ୍ଡେଙ୍କ ଦ୍ବାରା ରନ ଆଉଟ ଆକାରରେ ମିଳିଛି।

pic courtesy-twitter

Comments are closed.