ଭାରତର ଧୂଆଁଧାର ଆରମ୍ଭ : ୧୦ ଓଭର ଖେଳ ଶେଷ ସୁଦ୍ଧା ୯୨-୦

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଜବରଦସ୍ତ ବ୍ୟାଟିଂର ଶୁଭାରମ୍ଭ କରିଛି। ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଯାହା ଫଳରେ ଭାରତ ୧୦ଓଭର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନହରାଇ ୯୨ରନ ସଂଗ୍ରହ କରିଛି। ଶିଖର ଧାୱନ ୩୦ଟି ବଲରୁ ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୯ରନ କରି ଅପରାଜିତ ଅଛନ୍ତି। ସେହିଭଳି କେଏଲ ରାହୁଲ ୨୭ଟି ବଲରୁ ତିନୋଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୮ରନ କରି ଖେଳୁଛନ୍ତି।

pic courtesy-twitter

Comments are closed.