ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଅନ୍ତିମ ଟ୍ବେଣ୍ଟି-୨୦

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଉ କିଛି ସମୟ ପରେ ପୁଣେରେ ଖେଳାଯିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚକୁ ଜିତି ଭାରତୀୟ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଲାଶିଥ ମାଲିଙ୍ଗାଙ୍କ ନେତୃତ୍ବାଧିନ ଶ୍ରୀଲଙ୍କା ଦଳ ଅନ୍ତିମ ମ୍ୟାଚକୁ ଜିତି ସିରିଜକୁ ୧-୧ରେ ବରାବର କରିବା ପାଇଁ ପ୍ରୟାସ କରିବ। ଗୌହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଇନ୍ଦୋରରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଥିଲା।

Comments are closed.