ଭାରତର ରନ ବର୍ଷା : ଶ୍ରୀଲଙ୍କା ପାଇଁ ୨୦୨ ରନର ବିଜୟ ଲକ୍ଷ୍ୟ

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପାଇଁ ୨୦୨ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି। ଭାରତ ପକ୍ଷରୁ ଦୁଇ ଓପନର ଶିଖର ଧାୱନ ଓ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଏହି ବିଶାଳ ସ୍କୋର ଛିଡା କରିଛି।

ଶିଖର ଧାୱନ ୩୬ଟି ବଲ ଖେଳି ୫୨ରନ ସଂଗ୍ରହ କରିଥିଲେ। ଯେଉଁଥିରେ ତାଙ୍କର ୭ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ସେହିଭଳି କେଏଲ ରାହୁଲ ୩୬ଟି ବଲରୁ ଗୋଟିଏ ଛକା ଓ ପାଞ୍ଚଟି ଚୌକା ସହାୟତାରେ ୫୪ରନ କରିଥିଲେ। ଧୱନ୍ ଅର୍ଦ୍ଧଶତକ ମାରିବା ପରେ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ଆଉଟ୍ ହେବା ପୂର୍ବରୁ ସେ ରାହୁଲଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୯୭ ରନର ଭାଗୀଦାରୀ କରିଥିଲେ।

Comments are closed.