ରାଞ୍ଚି ଟେଷ୍ଟ : ବିଜୟ ଠାରୁ ୨ୱିକେଟ ଦୂରରେ ଭାରତ

ରାଞ୍ଚି: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି। ଭାରତର ୪୯୭ ରନ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ଠାରୁ ଫଲୋଅନ୍ ପାଇବା ପରେ ଦ୍ବିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖିନ ହୋଇଛି। ଦ୍ବିତୀୟ ଇନିଂସରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୩୨ରନ କରି ୮ଟି ୱିକେଟ ହରାଇଛି। ଯାହାଫଳରେ ରାଞ୍ଚି ଟେଷ୍ଟକୁ ହାତେଇବାରେ ଭାରତ ମାତ୍ର ଦୁଇଟି ୱିକେଟ ଦୂରରେ ରହିଛି। ଏହି ମ୍ୟାଚରେ ବିଜୟ ସହ ଭାରତ ତିନିଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ କ୍ଲିନ ସୁଇପ୍ କରିବ। ବର୍ତ୍ତମାନ ସୁଦ୍ଧା ଦଳ ଭାରତଠାରୁ ୨୦୩ରନ୍ ପଛରେ ରହିଛି।
ଭାରତ ପକ୍ଷରୁ ସର୍ବାଧିକ ମହମ୍ମଦ ସାମି ତିନୋଟି ଓ ଉମେଶ ଯାଦବ ୨ଟି ଲେଖାଏ ୱିକେଟ ନେଇଛନ୍ତି।

Comments are closed.