ପୁଣେ ଟେଷ୍ଟ : ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୭୫ରନରେ ଅଲଆଉଟ୍

ପୁଣେ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ପୁଣେରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଯାହାଫଳରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୭୫ରନ କରି ଅଲଆଉଟ ହୋଇଯାଇଛି। ଯାହାଦ୍ବାରା ପ୍ରଥମ ଇନିଂସରେ ୬୦୧ ରନ୍‌ କରିଥିବା ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩୨୬ରନରେ ଆଗୁଆ ରହିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଫାଫ ଡୁପ୍ଲେସିସ ଓ କେଶଭ ମହାରାଜାଙ୍କ ବ୍ୟତୀତ ଅନ୍ୟ କେହି ଖେଳାଳି ଅଧିକ ସମୟ କ୍ରିଜରେ ତିଷ୍ଟି ପାରିନଥିଲେ। କେଶଭ ମହାରାଜା ସର୍ବାଧିକ ୧୩୨ବଲ ଖେଳି ୭୨ରନ ସଂଗ୍ରହ କରିଥିବାବେଳେ ଡୁପ୍ଲେସିସ୍ ୧୧୭ବଲରୁ ୬୪ରନ କରିଛନ୍ତି। ଭାରତ ପକ୍ଷରୁ ଅଶ୍ଵିନି ୪ଟି ଓ ଉମେଶ ଯାଦବ ତିନୋଟି ୱିକେଟ ନେଇଛନ୍ତି।

pic courtesy-News track english

ଭାରତ ପ୍ରଥମ ଇନିଂସରେ ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଅପରାଜିତ ୨୫୪ ରନ ବଳରେ ୫ ୱିକେଟ ହରାଇ ୬୦୧ ରନ କରି ପ୍ରଥମ ପାଳି ଘୋଷଣା କରିଥିଲା ।

Comments are closed.