MEllora 950×100

ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଶତକ, ୫୦ ଓଭରରେ ୯ ୱିକେଟ ହରାଇ ୩୮୫ରନ ସ୍କୋର କଲା ଭାରତ

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ

ଇନ୍ଦୋର: ଇନ୍ଦୋର ଦିନିକିଆରେ ରେକର୍ଡ କରିଛନ୍ତି ଦୁଇ ଭାରତୀୟ ଷ୍ଟାର ଓପ୍ନର। ଦୁଇ ଓପ୍ନର ରୋହିତ ଶର୍ମା ଓ ଶୁବମନ ଗିଲ ଆକର୍ଷଣୀୟ ଶତକ ହାସଲ କରିଛନ୍ତି। ଉଭୟଙ୍କ ଶତକ ଜରିଆରେ ରେକର୍ଡ ସ୍କୋର ଅଭିମୁଖେ ଭାରତ ଅଗ୍ରସର ହେଉଛି।
ଇନ୍ଦୋରର ହୋଲକର ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡର ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆକର୍ଷଣୀୟ ଶତକ ହାସଲ କରିଛନ୍ତି କରି କ୍ରୀକେଟ ପ୍ରେମୀଙ୍କୁ ଖୁସି କରିଦେଇଛନ୍ତି। ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆକର୍ଷଣୀୟ ଶତକ ହାସଲ କରିବା ଫଳରେ ଭାରତ ଏକ ବିଶାଳ ସ୍କୋର ଆଡ଼କୁ ଅଗ୍ରସର ହେଉଛି। ରୋହିତ ଶର୍ମା ୧୦୧ ରନ ଏବଂ ଶୁଭମନ୍ ଗିଲ ୧୧୨ ରନ କରି ଆଉଟ ହୋଇଛନ୍ତି ।

ରୋହିତ ଶର୍ମା ୮୫ଟି ବଲ ଖେଳି ୧୦୧ ରନ କରିଥିବାବେଳେ ଶୁଭମନ ଗିଲ ୭୮ଟି ବଲରୁ ୧୧୨ ରନ କରିଥିଲେ। ଚଳିତ ସିରିଜରେ ଏହା ହେଉଛି ଶୁଭମନଙ୍କ ଦ୍ବିତୀୟ ଶତକ ହୋଇଥିବାବେଳେ ସେ ପ୍ରଥମ ଦିନିକିଆରେ ଦ୍ବିଶତକ ହାସଲ କରିଥିଲେ। ଦିନିକିଆରେ ରୋହିତ ଶର୍ମାଙ୍କ ଏହା ୩୦ତମ ଶତକ । ସେହିପରି ଶୁବମନ ଗିଲଙ୍କ ଏହା ଚତୁର୍ଥ ଶତକ ବୋଲି ଜଣାପଡ଼ିଛି।

ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୧୦୧ ରନ ଏବଂ ଶୁଭମନ୍ ଗିଲ ୧୧୨ ରନ କରି ଆଉଟ ହୋଇଛନ୍ତି । ଦୁଇ ଓପନର ଆଉଟ ହେବା ପରେ ବିରାଟ କୋହଲି ଓ ଇଶାନ କିଷନ କ୍ରିଜରେ ରହି ପାଳି ସମ୍ଭାଳିଥିଲେ। ବିରାଟ କୋହଲି ୩୬, ଈଶାନ କିଶାନ ୧୭, ସୂର୍ଯ୍ୟକୁମାର ଯାଦବ ୧୪, ହାର୍ଦିକ ପାଣ୍ଡିଆ ୫୪, ୱାସିଂଟନ ସୁନ୍ଦର ୯, ସାର୍ଦ୍ଦୁଲ ଠାକୁର ୨୫, କୁଲଦୀପ ଯାଦବ ୩ ଓ ଉମରାମ ମଲ୍ଲିକ ୨ ରନ କରି ଅପରାଜିତ ରହିଥିଲେ। ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ରନ ସ୍କୋର କରିଥିଲା।

ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ଜାକବ ଡଫି ଏବଂ ମିଟକେଲ ସାଣ୍ଟର ୩ଟି ଲେଖାଏଁ ୱିକେଟ ନେଇଥିଲେ। ପ୍ରଥମ ୨ଟି ଦିନିକିଆ ଜିତି ଭାରତ ସିରିଜକୁ ନିଜ କବଜାକୁ ଆଣିସାରିଛି। ଆଜିର ମ୍ୟାଚରେ ଜିତିଲେ ଭାରତ ସିରିଜକୁ ୩-୦ରେ ବିଜୟୀ ହେବାର ସମ୍ଭାବନା ରହିଛି।

Comments are closed.