ପ୍ରଥମ ଦିନିକିଆ ମ୍ୟାଚ୍; ନ୍ୟୁଜିଲାଣ୍ଡ ୪ ୱିକେଟରେ ବିଜୟୀ

ହାମିଲଟନ: ହାମିଲଟନରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ୪ ୱିକେଟରେ ବିଜୟୀ ହୋଇଛି। ଟସ୍ ହରାଇ ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୩୪୭ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡ ପାଇଁ ଟାର୍ଗେଟ ଛାଡିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ୧୧ଟି ବଲ ଶେଷ ହେବା ପୂର୍ବରୁ ଏହି ରନ ହାସଲ କରିଛି।

ଶ୍ରେୟସ ଆୟାରଙ୍କ ଶତକୀୟ ଇନିଂସ(୧୦୩ ରନ), କେ.ଏଲ. ରାହୁଲଙ୍କ ଧୂଆଁଧାର ୮୮ ରନ(୬୪ବଲ) ଏବଂ ଅଧିନାୟକ ବିରାଟ କୋହଲି ୫୧ ରନ ହାସଲ କରିଥି​‌ଲେ। ଦଳ ୩୫ ଓଭର ଶେଷ ସୁଦ୍ଧା ୩ ଉଇକେଟ୍‌ ହରାଇ ୧୯୯ ରନ ହାସଲ କରିଥିଲା। ଏହାର ଦ୍ବିତୀୟ ଖେଳ ଫେବୃଆରୀ ୮ ତାରିଖରେ ଖେଳାଯିବ।

Comments are closed.