ମହିଳା ଟି-୨୦ ବିଶ୍ବକପ : ବାଲାଂଦେଶ ଆଗରେ ୧୪୩ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ପର୍ଥ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି ମହିଳା ଟି-୨୦ ବିଶ୍ବକପରେ ଭାରତ ତାର ଦ୍ବିତୀୟ ମ୍ୟାଚରେ ବାଲାଂଦେଶ ଆଗରେ ୧୪୩ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି।ସୋମବାର ଖେଳାଯାଉଥିବା ମ୍ୟାଚରେ ଟସ୍ ଜିତି ବାଲାଂଦେଶ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୪୨ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ସେଫାଳି ବର୍ମା ୩୯ ରନ କରିଥିବା ବେଳେ ଜେମିମା ରୋଡ୍ରିଗ୍ସ ୩୪ ରନ କରିଥିଲେ। ବାଲାଂଦେଶର ସଲମା ଖାତୁନ ଏବଂ ପାନା ଘୋଷ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ବିଶ୍ବକପର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଥିବା ଭାରତୀୟ ଦଳ ଆଜିର ମ୍ୟାଚ ବିଜୟ ସହ ଚଳିତ ବିଶ୍ବକପରେ ତାର ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଲେଗ୍ ସ୍ପିନର ପୁନମ ଯାଦବଙ୍କ ଦମରେ ଭାରତ ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ହରାଇ ସମସ୍ତଙ୍କୁ ଚକିତ କରିଦେଇଥିଲା।

Comments are closed.