ସାମିଙ୍କ ଚାରୋଟି ୱିକେଟ : ଭାରତ ପାଇଁ ୨୮୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୫୦ଓଭର ଖେଳି ୯ୱିକେଟ ହରାଇ ୨୮୬ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍ ସ୍ମିଥ ସର୍ବାଧିକ ୧୩୧ଟି ବଲରୁ ୧୩୨ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ୧୪ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ସେହିଭଳି ଲାବୁସେନ ୬୪ଟି ବଲ ଖେଳି ପାଞ୍ଚଟି ଚୌକା ସହାୟତାରେ ୫୪ରନ, ଅଲେକ୍ସ କ୍ୟାରି ୩୬ବଲରେ ୩୫ରନ(୬ଟି ଚୌକା), ଆରୋନ ଫିଞ୍ଚ ୨୬ଟି ବଲରେ ୧୯ରନ(ଗୋଟିଏ ଛକା ଏବଂ ଗୋଟିଏ ଚୌକା) କରିଛନ୍ତି।

ଭାରତ ପକ୍ଷରୁ ମହମ୍ମଦ ସାମି ଚାରୋଟି ୱିକେଟ ନେଇଛନ୍ତି। ସେହିଭଳି ରବିନ୍ଦ୍ର ଜାଡେଜା ଦୁଇଟି, ନବଦୀପ ସାଇନି ଏବଂ କୂଳଦୀପ ଯାଦବ ଗୋଟିଏ ଲାଖେ ୱିକେଟ ନେଇଛନ୍ତି। ଆଜିର ମ୍ୟାଚରେ ଜଶପ୍ରୀତ ବୁମ୍ରା ୱିକେଟ ପାଇନଥିଲେ ମଧ୍ୟ ନିୟନ୍ତ୍ରଣରେ ବୋଲିଂ କରିଥିଲେ। ସେ ୧୦ଓଭର ବୋଲିଂ କରି ମାତ୍ର ୩୮ରନ ଦେଇଛନ୍ତି।

Comments are closed.