ରୋହିତଙ୍କ ଅର୍ଦ୍ଧଶତକ : ୧୫ ଓଭର ଖେଳ ଶେଷ ସୁଦ୍ଧା ଭାରତ ୮୦-୧

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ରଖିଥିବା ୨୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ଜବରଦସ୍ତ ଆରମ୍ଭ କରିଛି। ହିଟ୍ ମ୍ୟାନ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ୫୬ଟି ବଲରେ ୫୦ରନ କରିଛନ୍ତି। ଏହା ରୋହିତଙ୍କର ୪୪ତମ ଅର୍ଦ୍ଧଶତକ। ଯେଉଁଥିରେ ତାଙ୍କର ୬ଟି ଚୌକା ଓ ଦୁଇଟି ଛକା ସାମିଲ ରହିଛି। ୧୫ ଓଭର ଖେଳ ଶେଷ ସୁଦ୍ଧା ଭାରତ ୮୦ରନ କରି ଗୋଟିଏ ୱିକେଟ ହରାଇଛି। କେଏଲ ରାହୁଲ ୨୭ବଲରେ ୧୯ରନ କରି ଆଉଟ ହୋଇଯାଇଛନ୍ତି। ବର୍ତ୍ତମାନ କ୍ରିଜରେ ରୋହିତ ଓ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ଜାରି ରଖିଛନ୍ତି।

Comments are closed.