ସ୍ମିଥଙ୍କ ଶତକ ; ୪୪ ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୩୮-୬

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଛି। ବର୍ତ୍ତମାନ ୪୩ ଓଭର ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ସ୍ମିଥଙ୍କ ଶତକ ବଳରେ ବହୁମୂଲ୍ୟ ୬ଟି ୱିକେଟ ହରାଇ ୨୩୮ରନ ସଂଗ୍ରହ କରିଛି। ସ୍ମିଥ ୧୧୭ଟି ବଲ ଖେଳି ୧୧ଟି ଚୌକା ସହାୟତାରେ ଶତକ ହାସଲ କରିଛନ୍ତି।
ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିବା ବେଳେ ଗତ ଶୁକ୍ରବାର ଦିନ ରାଜକୋଟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୩୬ ରନରେ ପରାସ୍ତ କରିଥିଲା। ଫଳରେ ସିରିଜ ହାତେଇବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ ଜିତିବାର ଆବଶ୍ୟକତା ରହିଛି।

Comments are closed.