ଧାୱନ, କୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ : ଅଷ୍ଟ୍ରେଲିଆ ପାଇଁ ୩୪୧ରନର ବିଜୟ ଲକ୍ଷ୍ୟ

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ସିଖର ଧାୱନ, ଅଧିନାୟକ ବିରାଟ କୋହଲି ଓ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ପାଇଁ ୩୪୧ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି।

ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୯୦ବଲରୁ ୯୬ରନ କରିଛନ୍ତି। ଯେଉଁଥିରେ ତାଙ୍କର ୧୩ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ସେହିଭଳି ଅଧିନାୟକ ବିରାଟ କୋହଲି ୭୬ଟି ବଲ ଖେଳି ୬ଟିି ଚୌକା ସହାୟତାରେ ୭୮ରନ, କେଏଲ ରାହୁଲ ୫୨ବଲରୁ ୬ଟି ଚୌକା, ତିନୋଟି ଛକା ସହାୟତାରେ ଧୂଆଁଧାର ୮୦ରନ କରିଛନ୍ତି। ଅନ୍ୟପକ୍ଷରେ ହିଟମ୍ୟାନ ରୋହିତ ଶର୍ମା ଧାୱନଙ୍କ ସହ ମିସି ଭଲ ବ୍ୟାଟିଂ ଆରମ୍ଭ କରିଥିଲେ। ମାତ୍ର ସେ ୪୪ବଲରେ ୪୨ରନ କରିଥିଲେ। ଯେଉଁଥିରେ ତାଙ୍କର ୬ଟି ଚୌକା ସାମିଲ ରହିଛି।

Comments are closed.