୪୦ ଓଭର ଶେଷ : ଜିତିବା ପାଇଁ ୬୦ବଲରେ ୬୩ରନ

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ରଖିଥିବା ୨୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୪୦ଓଭର ଖେଳ ଶେଷ ସୁଦ୍ଧା ଦୁଇଟି ୱିକେଟ ହରାଇ ୨୨୪ରନ ସଂଗ୍ରହ କରିଛି। ଏହି ମ୍ୟାଚକୁ ହାତେଇବା ପାଇଁ ବର୍ତ୍ତମାନ ଠାରୁ ୬୦ବଲରେ ୬୩ରନର ଆବଶ୍ୟକତା ରହିଛି। ଏହି ମ୍ୟାଚରେ ବିଜୟୀ ହେଲେ ଭାରତୀୟ ଦଳ ତିନିଟିକିଆ ଦିନିକିଆ ସିରିଜକୁ ୨-୧ରେ ହାତେଇବ। ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ୍ ଆୟର ବ୍ୟାଟିଂ ଜାରି ରଖିଛନ୍ତି। କୋହଲି ୭୫ବଲରେ ୭୧ରନ କରି ଖେଳୁଥିବାବେଳେ ଆୟର ୧୦ବଲରେ ୭ରନ କରି ଖେଳୁଛନ୍ତି।

Comments are closed.