ସପ୍ତମ ୱିକେଟ ହରାଇଲା ଅଷ୍ଟ୍ରେଲିଆ : ଲଗାତର ଦୁଇଟି ବଲରେ ୨ଟି ୱିକେଟ ନେଲେ ସାମି

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ତାର ସପ୍ତମ ୱିକେଟ ହରାଇଛି। ମହମ୍ମଦ ସାମି ଲଗାତର ଦୁଇଟି ବଲରେ ୨ଟି ୱିକେଟ ନେଇଛନ୍ତି। ପ୍ରଥମ ବଲରେ ଆଷ୍ଟର୍ଣ୍ଣ ଟର୍ଣ୍ଣରଙ୍କୁ କ୍ଲିନ୍ ବୋଲ୍ଡ କରିଥିବାବେଳେ ଦ୍ବିତୀୟ ବଲରେ ପ୍ୟାଟ କମିନ୍ସଙ୍କୁ ମଧ୍ୟ ବୋଲ୍ଡ କରିଥିଲେ।

ବର୍ତ୍ତମାନ ୪୬ଓଭର ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ୭ଟି ୱିକେଟ ହରାଇ ୨୭୪ରନ କରିଛନ୍ତି।

Comments are closed.